କଟକ ଜିଲ୍ଲା ନେମାଳ ମାଳିକା ପ୍ରସିଦ୍ଧ ନଳୀନବନ ପୀଠରେ ଜ୍ୟେଷ୍ଟ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀ ଶ୍ରୀ ଜଗତଗୁରୁ ଅନନ୍ତ ନାରାୟଣ ବିଷ୍ଣୁ ଓ ଅନନ୍ତ କଳ୍କୀ ମହାପ୍ରଭୁ ଙ୍କ 24 ତମ ବାର୍ଷିକ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଭକ୍ତ ତପନ କୁମାର ଓଝା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ପଦ୍ମବନ ପୀଠ ରୁ ଆଜ୍ଞାମାଳ ସହ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ପୀଠ ରୁ ଆଜ୍ଞାମାଳ ଓ ସୁ ସଜ୍ଜିତ ବିମାନ ଜଗତ କଲ୍ୟାଣ ଉଦ୍ୟେସ ରେ ବାହାରି ନଳୀନ ବନ ପୀଠ ରେ ପହଞ୍ଚି ଯଜ୍ଞ ର ପୂର୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା।

ଏଥି ସହିତ ବାବା ଅରକ୍ଷିତ ଦେବ ଯୋଗଦାନ କରି ନୀଳଧବଳ ବାନା ଉତ୍ତୋଳନ ସହ ପଞ୍ଚସଖା ଙ୍କ ଉପରେ ପ୍ରବଚନ ପ୍ରଦାନକରିଥିଲେ।ଲୋକଶୃତି ରହିଛି ଏକାଦଶୀ ଦିନ ଠାରୁ ଅଚ୍ୟୁତାନନ୍ଦ ପଦ୍ମବନ ପୀଠ ରେ ଯୋଗାରୁଢ଼ ହୋଇ ଜ୍ୟେଷ୍ଟ ପୂର୍ଣ୍ଣିମା ଦିନ ତାଙ୍କର ଦେହାବସାନ ହୋଇଥିଲା।ଏହି ଏକାଦଶୀ ଦିନରେ ଯେଉଁ ଭକ୍ତ ଯାହା ମାନସିକ କରେ ତାହା ଅଚିରେ ପରିପୂର୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହି ଅବସର ରେ ବହୁ ଭକ୍ତ,ଶ୍ରଢାଳୁ,ଆଖପାଖ ଅଞ୍ଚଳର ବହୁ ଲୋକେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା।

