Uncategorized

ଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ: କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ହୁହୁ ହୋଇ ବଢିଚାଲିଛି, ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । କିନ୍ତୁ କେନ୍ଦ୍ର ସରକାର କହିଛନ୍ତି, ଦେଶରେ ୧୦ ଲକ୍ଷ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ରହିଛି । ରାଜ୍ୟ ସରକାରଙ୍କ ସହାୟତାରେ ତାଲାବନ୍ଦର ଦୁଇ ମାସ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି ବୋଲି ନୀତି ଆୟୋଗ ସଦସ୍ୟ ଡକ୍ଟର ବି.କେ ପଲ କହିଛନ୍ତି ।
ଦେଶରେ କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ପାଇଁ ପୃଥକ ଡାକ୍ତରଖାନାଟିଏ ନଥିଲା । ଆଜି ଆମ ଦେଶରେ ୧,୦୯୩ଟି ସ୍ୱତନ୍ତ୍ର ଡାକ୍ତରଖାନା ଅଛି । ଏହି ଡାକ୍ତରଖାନାଗୁଡ଼ିକରେ ୧,୮୫,୩୦୬ଟି ଶଯ୍ୟା ଅଛି । ସେଥିମଧ୍ୟରୁ ୩୧,୨୫୦ଟି ଆଇସିୟୁ ରୁମ୍ ଅଛି । ଏହି ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଭେଣ୍ଟିଲେଟରର ସୁବିଧା ଅଛି । ସେହିଭଳି ଏଠାରେ ୨,୪୦୨ କୋଭିଡ-୧୯ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅଛି। ଯେଉଁ ରୋଗୀମାନଙ୍କର ଅବସ୍ଥା ଗୁରୁତର ନୁହେଁ ଏବଂ ଅମ୍ଳଜାନ ଆବଶ୍ୟକ କରନ୍ତି ନାହିଁ ସେମାନେ ଏଠାରେ ଚିକିତ୍ସିତ ହେଉଛନ୍ତି । ଦେଶରେ ପ୍ରାୟ ୬.୫ ଲକ୍ଷ ଶଯ୍ୟା ବିଶିଷ୍ଟ ୭,୦୧୩ କୋଭିଡ -୧୯ କେୟାର ସେଣ୍ଟର ମଧ୍ୟ ଅଛି। ଏଠାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ଚିକିତ୍ସା କରାଯିବ କିମ୍ବା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ। ମୋଟାମୋଟି ଭାବେ ସମସ୍ତ ତିନୋଟି ବର୍ଗର ରୋଗୀଙ୍କ ପାଇଁ ମିଳିତ ଶଯ୍ୟା ସଂଖ୍ୟା ହେଉଛି ୯.୭୪ ଲକ୍ଷ । ଯଦି ଏଥିରେ ସଶସ୍ତ୍ର ବାହିନୀର ସ୍ୱାସ୍ଥ୍ୟ ସେବାକୁ ଯୋଗ କରାଯାଏ, ତେବେ ଏହି ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ ।

Related posts

ମାର୍ଚ୍ଚ ୧ରୁ ୫୦ରୁ ଅଧିକ ଆୟୁ ବର୍ଗ ପାଇଁ  ଟୀକାକରଣ: ୨୭ କୋଟି ଲୋକଙ୍କୁ ଟୀକାଦାନ

mahabharatanews

କ୍ଷୀର ପାଇଁ ପ୍ରତିଯୋଗୀତା: ମଣିଷ, କୁକୁର ଏକାକାର

mahabharatanews

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

mahabharatanews