ନୂଆଦିଲ୍ଲୀ: ଦେଶରେ ୨୮୬୫୭୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୮ ହଜାରରୁ ଅଧିକ ହୋଇଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟ ମଧ୍ୟରେ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି ଓ ୩୫୦ରୁ ଅଧିକ ମୃତ୍ୟୁବରଣ କରିଛି । ୫ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୦୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୮୧୦୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୪୪୮ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୮ ଜଣ, ଆସାମରେ ୪ ଜଣ, ବିହାରରେ ୩୩ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୯୮୪ ଜଣ, ଗୁଜରାଟରେ ୧୩୪୭ ଜଣ, ହରିୟାଣାରେ ୫୨ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୧ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୬୯ ଜଣ, କେରଳରେ ୧୮ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୨୭ ଜଣ, ମହାରାଷ୍ଟ୍ରରେ ୩୪୩୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୫ ଜଣ, ରାଜସ୍ଥାନରେ ୨୫୯ ଜଣ, ତାମିଲନାଡୁରେ ୩୨୬ ଜଣ, ତେଲେଙ୍ଗାନାରେ ୧୫୬ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୫ ଜଣ, ଉତ୍ତରପ୍ରଦେଶରେ ୩୨୧ ଜଣ ଏବଂ ପଶ୍ଚମବଙ୍ଗରେ ୪୩୨ ଜଣ।
previous post