ଓଡିଶା

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଆଜି କରୋନାରେ ପୁଣି ୧୨୦୩ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୪୪୫ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ବାକି ୭୫୮ ସଂଗରୋଧରୁ ବାହାରିଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ୨୫୦ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୦, କଟକରୁ ୯୭, ସୁନ୍ଦରଗଡରୁ ୭୪, ଗଜପତିରୁ ୭୨, କୋରାପୁଟରୁ ୬୬, ମାଲକାନଗିରିରୁ ୬୫, ଭଦ୍ରକରୁ ୫୩, ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୦, ବରଗଡରୁ ୧୨, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଦେଓଗଡରୁ ୮, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୮, ଯାଜପୁରରୁ ୪୬, କଳାହାଣ୍ଡିରୁ୪, କନ୍ଧମାଳରୁ ୧୪, କେନ୍ଦ୍ରାପଡାରୁ ୧୪, କେଉଁଝରରୁ ୧୧, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୪, ନୟାଗଡରୁ ୨୪, ପୁରୀରୁ ୯, ରାୟଗଡାରୁ ୪୫, ସମ୍ବଲପୁରରୁ ୪୦, ସୋନପୁରରୁ ୪ ଚିହ୍ନଟ ହୋଇଛନ୍ତି ।

Related posts

ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଇଞ୍ଜେକ୍ସନ ଦେଇ ନିଲମ୍ବିତ ହେଲେ ସଫେଇ କର୍ମଚାରୀ

mahabharatanews

୧୧୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

mahabharatanews