(ମହାଭାରତ/ଭୁବନେଶ୍ୱର): ଆଜି ଭୁବନେଶ୍ୱରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ସେମାନଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି ଜ୍ଝ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲକୁ ପଠାଯାଇଛି । ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ଖୋର୍ଦ୍ଧା ଜିଲ୍ଲାରେ ୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଅଛନ୍ତି । ସବୁଠାରୁ ବଡ କଥା ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି ଜ୍ଝ ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ବାଳକ ଜଣକ ୟୁନିଟ-୫ ଅନ୍ତର୍ଗତ କେଶରୀନଗର ବସ୍ତିର ବୋଲି ଜଣାପଡିଛି ଜ୍ଝ ସେହିପରି କାନନବିହାର ଫେଜ -୨ରୁ ଜଣେ ୭୫ ବର୍ଷୀୟା ମହିଳା, ବମିଖାଲ ଜୟଦେବନଗରରୁ ଜଣେ ୩୦ ବର୍ଷର ପୁରୁଷ, ନୟାପଲ୍ଲୀ ମହିମା ଢ଼ାବା ନିକଟରୁ ଜଣେ, ଓଜଉ ଭିଲେଜରୁ ଜଣେ, ଗଙ୍ଗନଗରରୁ ଜଣେ ମହିଳା, ୟୁନିଟ-୮ରୁ ଜଣେ ସରକାରୀ ଅଫିସ୍ ଡ୍ରାଇଭର, ୟୁନିଟ୍-୯ରୁ ଜଣେ ୩୨ ବର୍ଷୀୟ ଯୁବକ, ଜଣେ ସରକାରୀ ଓ ଜଣେ ଘରୋଇ ମେଡିକାଲ ମହିଳା କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଆଜି ସୁଦ୍ଧା ଭୁବନେଶ୍ୱର ବିଏମସି ଅଞ୍ଚଳରୁ ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୩୫୩ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।