Uncategorized

ହୋଲି ପାଇଁ ପାକିସ୍ତାନରେ ୨ ଦିନ ଛୁଟି

ଲାହୋର: ହୋଲିର ଧୂମ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ହୋଲି ଅବସରରେ ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦେଶର ହିନ୍ଦୁମାନଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ପାକିସ୍ତାନରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଛୁଟି ଘୋଷଣା କରାଯାଇଚି । ଇମରାନ ହୋଲି ପାଇଁ ଟୁଇଟ କରି ହିନ୍ଦୁ ସମ୍ପଦାୟର ଲୋକଙ୍କୁ ରଙ୍ଗର ପର୍ବ ହୋଲି ପାଇଁ ଶୁଭକାମନା ଜଣାଇଛନ୍ତି । ଏହା ପୂର୍ବରୁ ବେଲୁଚିସ୍ଥାନରେ ରବିବାର ଓ ସୋମବାର ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା । ରବିବାର ଜାରି ଅଧିସୂଚନାରେ ମୁଖ୍ୟମନ୍ତ୍ରୀ କାମ କମାଲ ଖାନ ୯ ଓ ୧୦ ମାର୍ଚ୍ଚକୁ କେବଳ ହିନ୍ଦୁ ସମ୍ପ୍ରଦାୟ ପାଇଁ ଛୁଯି ଘୋଷଣା କରିଥିଲେ । ତେବେ ସିନ୍ଧ ଅଞ୍ଚଳରେ ୨୦୧୬ରୁ ହିନ୍ଦୁ ସମ୍ପ୍ରଦାୟକୁ ହୋଲି ଛୁଟି ପ୍ରଦାନ କରାଯାଉଛି । ପାକିସ୍ତାନର ୨୦ କୋଟି ଜନସଂଖ୍ୟର ମାତ୍ର ୨ ପ୍ରତିଶତ ହିନ୍ଦୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସିନ୍ଧ ପ୍ରାନ୍ତରେ ରହିଥାନ୍ତି ।

Related posts

ବାୟୁସେନାରେ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ

mahabharatanews

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ

mahabharatanews

ଆଇସିଏସସି, ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ

mahabharatanews