ଓଡିଶା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

(ଦୀପକ ମିଶ୍ର /ମହାଭାରତ)ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦୁଗୁଧା ଗ୍ରାମରେ ପାଣିପମ୍ପ କାମକୁ ନେଇ ଆଜି ଜଣେ ଯୁବକଙ୍କୁ ସ୍ଥାନୀୟ ତିନି ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆଜି ୧୧ଟା ସମୟରେ ଗ୍ରାମର ସତ୍ୟେନ୍ଦୁ ଜେନା ନାମକ ଜଣେ ଯୁବକ ଘରୁ ବାହାରୁଥିବା ସମୟରେ ତିନିଜଣ ଯୁବକ ଅତର୍କିତ ଭାବେ ଶାବଳରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ,ଉକ୍ତ କାମରେ ଠିକାଦାରୀ କରୁଥିଲେ । ପୂର୍ବରୁ ଏହି କାମକୁ ନେଇ ସତ୍ୟେନ୍ଦୁଙ୍କ ସହିତ ଆକ୍ରମଣକାରୀଙ୍କର ବଚସା ହୋଇଥିଲା । ତେବେ ଅଭିଯୋଗ ଅନୁଯାୟୀ ପୋଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି ।

Related posts

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

mahabharatanews

ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

mahabharatanews