ଓଡିଶା

ଆଜିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

(ପୁରୀ) : ଆଜିଠୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପାଖରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜା । ଆସନ୍ତାକାଲି ୬ ତାରିଖ ଶୁକ୍ରବାର ଦିନ ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପିଠରେ ସହସ୍ରକୁମ୍ଭାଭିଷେକ ଏବଂ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ। ମୂଳାଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳ ଦିନ ଠାକୁରାଣିଙ୍କ ବିଶେଷ ପୂଜା ହେବ ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ଏହି ୧୬ ଦିନ ସ୍ତ୍ରୀ ଲୋକଙ୍କ ପାଇଁ ବିମଳା ମନ୍ଦିର ପ୍ରବେଶ ନିଷେଧ ଥାଏ ।

ସୂଚନାନୁଯାୟୀ ଏହି ଅବସରରେ ଗଜପତିଙ୍କ ଶ୍ରନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯିବ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ । ଏଥି ସହିତ ଶ୍ରୀମନ୍ଦିର ବେଢା ପରିସରରେ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଏବଂ ମା’ ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ବରଣ କରାଯିବେ ।

 

Related posts

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ;  ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ସଂଘ

mahabharatanews

ରସିକିଆ ନକଲି ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ

mahabharatanews

ଆସିଥିବା ପଶ୍ଚିମବଙ୍ଗରୁ ୧୨୮ ଜଣବ୍ୟକ୍ତିଙ୍କ ମଧ୍ୟରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ କୌଣସି କରୋନା ପଜେଟିଭ ଆସିନାହିଁ 

mahabharatanews