ଖେଳଭାରତ

କୋହଲି ଏବଂ ଶୁଭମନ ଗିଲଙ୍କଦମଦାର ଶତକ

ତିରୁଭନନ୍ତପୁରମ: କୋହଲି ଏବଂ ଶୁଭମନ ଗିଲଙ୍କ ଦମଦାର ଶତକ | କୋହଲି ୧୬୬ ରନ ଏବଂ ଶୁଭମନ ଗିଲ ୧୧୬ ରନ କରି ଦମଦାର ଶତକ ହାସଲ କରିଛନ୍ତି | ଭାରତ ଆଜି ୫୦ ଓଭରରେ ୩୯୦ ରନର ବିଶାଳ ସ୍କୋର ଠିଆ କରିଛି । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିିନିକିଆରେ ଟିମ୍ ଇଣ୍ଡିଆ ଏହି ବିଶାଳ ରନ୍ ସ୍କୋର କରିଛି । ତେବେ ବିଜୟ ପାଇଁ ଏବେ ଶ୍ରୀଲଙ୍କା ପାଖରେ ୩୯୧ ରନର ଟାର୍ଗେଟ ରହିଛି । ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ୍ ଗିଲ ଓପନିଂ କରିଥିଲେ ।

ଦୁହେଁ ପ୍ରଥମ ୱିକେଟରେ ୯୫ ରନ୍ ଯୋଡିବା ପରେ ରୋହିତ ଶର୍ମା ୪୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଶୁଭମନ୍ ଗିଲଙ୍କ ସହ ମିଶି ରନ୍ ମେସିନ୍ ବିରାଟ କୋହଲି ଭାରତର ସ୍କୋରକୁ ଆଗକୁ ନେଇଥିଲେ । ଗିଲ୍ ଏହି ଅବସରରେ ନିଜର ଶତକ ହାସଲ କରିବା ସହିତ ୧୧୬ ରନରେ ଆଉଟ୍ ହୋଇଥିଲେ ।

Related posts

ଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସ

mahabharatanews

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews

ହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ

mahabharatanews