ଅପରାଧ

ଜିଏସଟି ଠକେଇ: ୪ ଗିରଫ

ଭୁବନେଶ୍ୱର/ସରୋଜ ରାଉତ: ଜିଏସଟି ଫାଙ୍କିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ୪ ଜଣ ଗିରଫ । ଏହି ଜିଏସଟି ଠକେଇରେ ସମ୍ପୃକ୍ତ ୪ ଜଣଙ୍କୁ ସିବିଆଇ ଗତକାଳି ଗିରଫ କରିଛି । ଏମାନଙ୍କ ମଧ୍ୟରେ ସେଞ୍ଚୁରିୟାନ କଲେଜର ଜଣେ ଆକାଉଣ୍ଟାଣ୍ଟ ଓ ୩ ଜଣ ଜିଏସଟି କର୍ମଚାରୀ ରହିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସିବିଆଇ ଏମାନଙ୍କ ଉପରେ ନଜର ରଖିଥିଲା । କଲେଜର ଜିଏସଟି ଅର୍ଥରେ ହେରଫେର କରିବାକୁ ଗତକାଲି ଆକାଉଣ୍ଟାଣ୍ଟ ୧୦ ଲକ୍ଷ ଟଙ୍କା ନେଇ ଏହି ୩ ଜିଏସଟି କର୍ମଚାରୀଙ୍କୁ ଦେଉଥିôବା ବେଳେ ସିବିଆଇ ଏମାନଙ୍କୁ ରେଡ ହ୍ୟାଣ୍ଡେଡ ଗିରଫ କରିଛି । ଏମାନଙ୍କ ଘର ସମେତ ଅଫିସରେ ମଧ୍ୟ ସିବିଆଇ ଆଜି ଚଢଉ କରିଛି । ଗତକାଲି ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏମାନଙ୍କ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

 

Related posts

ବରପାଲି ପିଇଓଙ୍କ ଘର ଉପରେ ଭିଜିଲାନ୍ସ ଚଢଉ

mahabharatanews

ପାରିବାରିକ କଳହକୁ ନେଇ ନବବଧୂଙ୍କ ଆତ୍ମହତ୍ୟା

mahabharatanews

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews