ଓଡିଶା

ଟ୍ରକ ଧକ୍କାରେ ବୋଲେର ଚୁରମାର ୪ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ୪୯ ନମ୍ୱର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ଆଠଟା ପାଖାପାଖି ଏକ ଟ୍ରକ ଧକ୍କାରେ ବୋଲେରୋଟି ସଂପୂର୍ଣ୍ଣ ନଷ୍ଟ ହେଇଯାଇଥିବାବେଳେ ଗାଡ଼ିରେ ଡ଼୍ରାଇଭର ସହିତ ପାଞ୍ଚ ଜଣ ଥିଲେ। ଦୁର୍ଘଟଣାରେ ବୋଲେରୋ ଗାଡ଼ିରେ ପାଞ୍ଚ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହେଇଥିବାବେଳେ ଅନ୍ୟ ଦୁଇ ଜଣକୁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଦୁଇ ଜଣକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହେଇଥିଲା। ସୂଚନା ଅନୁଯାୟୀ ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ତୁଳସୀବଣୀ ଗ୍ରାମର ସାଧୁ ଟୁଡୁଙ୍କର ପୁଅ ଡେଭିଡ ଟୁଡୁ ଓ ଝିଅ ଏଲିଜାବେଥ ନିଜ ପିଉସା ଆଲିଓ ହାଁସଦା (୫୦) ବର୍ଷ ଏବଂ ପିଉସୀ ଆଲଦି ହାଁସଦା (୪୫)ଙ୍କର ସହ ବାଙ୍କି ଅଞ୍ଚଳକୁ ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲେ। ଗୁରୁବାର ରାତି ପ୍ରାୟ ରାତି ଆଠଟା ସମୟରେ ନିଜ ପିଉସା ପିଉସୀ କର ସହ ଗାଡି ନମ୍ୱର ଓଡି ୧୧ଏମ୍ ୧୬୧୫ ନମ୍ୱର ବିଶିଷ୍ଟ ଏକ ବୋଲେରୋ ଗାଡ଼ିରେ ଫେରୁଥିବା ସମୟରେ ଦ୍ରୁତଗତିରେ ଦୁଆରଶୁଣି ଘାଟିରୁ ତଳକୁ ଓହ୍ଲାଉଥିବା ଡବ୍ଲ୍ୟୁବି ୨୩ ଡି ୩୮୫୫ ନମ୍ୱର ବିଶିଷ୍ଟ ଏକ ମାଲ ବୋଝେଇ ଟ୍ରକ ପଛପଟରୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଆଲାଦି ହାଁସଦାଙ୍କ ସହ ବୋଲେରୋ ଗାଡ଼ିର ଡ଼୍ରାଇଭରର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିଶମ ବିଭାଗ ଓ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋରେ ଥିବା ଅନ୍ୟ ଦୁଇ ଜଣ ଡେଭିଡ ଟୁଡୁ (୧୨) ଓ ଏଲିଜାବେଥ (୧୪)କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଏଲିଜାବେଥଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ହଟାଇବା ସହ ତଦନ୍ତ ଆରମ୍ଭ କରିଛି।

Related posts

ବନ୍ୟା କ୍ଷୟକ୍ଷତି; ୧୫ ଜିଲ୍ଲାରୁ ୧.୨୦ଲକ୍ଷ ଲୋକ ପ୍ରଭାବିତ 

mahabharatanews

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର ଟପ୍-୧୦ରେ ୭ମହିଳା

mahabharatanews