ଭୁବନେଶ୍ୱର: ଲଗାତର ୧୦ ଦିନ ଧରି ତୈଳ ଦର ବଢ଼ିଚାଲିଛି । ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବୃଦ୍ଧି ପାଇ ଲିଟର ପିଛା ୭୬.୭୩ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ି ୭୫.୧୯ଟଙ୍କା ହୋଇଛି । ।
ଗତ ୧୦ ଦିନରେ ପେଟ୍ରୋଲ ଲିଟର ପିଛା ୫.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୫ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଅନୁସାରେ ପେଟ୍ରୋଲ ଲିଟର ପିଛା ଦର ୭୬.୭୩ ଟଙ୍କା ଓ ଡିଜେଲ ଦର ୭୫.୧୯ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ୭୫.୧୬ ଟଙ୍କା ଥିବା ବେଳେ ଡିଜେଲ ୭୩.୩୯ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଯଥାକ୍ରମେ ୮୩.୯୨ ଟଙ୍କା ଓ ୭୩.୭୫ ଟଙ୍କା; ଚେନ୍ନାଇରେ ୮୦.୩୭ ଟଙ୍କ।। ଓ ୭୩.୧୭ଟଙ୍କା; କୋଲକାତରେ ୭୮.୫୫ଟଙ୍କା ଓ ୭୦.୮୪ଟଙ୍କା ରହିଛି ।
ବିଶେଷଜ୍ଞ କୁହନ୍ତି, ଗତ ଦିନ ମାନଙ୍କରେ କଞ୍ଚା ତେଲ ଦର କମିଥିଲେ ମଧ୍ୟ କେନ୍ଦ୍ର ଦ୍ୱାରା ବଢାଯାଇଥିବା ଉତ୍ପାଦ ଶୁଳ୍କ ଓ ରାଜ୍ୟ ଦ୍ୱାରା ଭ୍ୟାଟ ବୃଦ୍ଧି ପାଇଁ ଏରପି ସ୍ଥିତି ହୋଇଛି । କଞ୍ଚା ତେଲ ୭୦ ପ୍ରତିଶତ ଶସ୍ତା ହୋଇଥିବା ବେଳେ ଉତ୍ପାଦ ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ତେଲ ଉପରେ ଲାଗୁଥିବା ଟ୍ୟାକ୍ସ ଓ ଭ୍ୟାଟକୁ ଅନୁଧ୍ୟାନ କଲେ ଜଣାପଡେ ଏହା ଆମ ଦେଶରେ ୬୯ ପ୍ରତିଶାତ ଲାଗୁ ହେଉଛି । ଯେତେବେଳେ କି ଅ।।ମେରିକ।।ରେ ୧୯ ପ୍ରତିଶତ, ଜାପାନରେ ୪୭ ପ୍ରତିଶତ, ବ୍ରିଟେନରେ ୬୨ ପ୍ରତିଶତ, ଫ୍ରାନ୍ସରେ ୬୩ ପ୍ରତିଶତ ଓ ଜର୍ମାନରେ ୬୫ ପ୍ରତିଶତ ଟ୍ୟାକ୍ସ ଓ ଭ୍ୟାଟ ଲାଗୁ ହୋଇଥାଏ ।
previous post
