ଓଡିଶା

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ,୧୪ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୫୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୨ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୫୪ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮, ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼୫୨, ଗଜପତି ୨୯, ରାୟଗଡ଼ା ୨୪, କଟକ ୩୯, କେନ୍ଦୁଝର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମାଲକାନଗିରି ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ୧୦, ବାଲେଶ୍ବର ୮, ପୁରୀ ୭, ଝାରସୁଗୁଡ଼ା ୬, ବୌଦ୍ଧ ୭, ବଲାଙ୍ଗୀର ୫, ବରଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୯୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୨୯ ରହିଛି।

Related posts

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

mahabharatanews

କାଲିମେଳାରେ ନକ୍ସଲ ବ୍ୟାନର

mahabharatanews

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews