ଭାରତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ଜନିତ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ମୃତ୍ୟୁ ହୋଇଥିବା ନେଇ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୪୨୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୧୬,୪୭୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୩୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୮,୨୫୦ରେ ପହଞ୍ଚିଛି। ସମୁଦାୟ ସୁସ୍ଥତା ସଂଖ୍ୟା ୪,୩୯,୪୧,୮୪୦ରେ ପହଁଚିଥିବା ବେଳେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୩୮୯ଥିବା ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୫,୯୮,୧୬,୧୨୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Related posts

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

mahabharatanews

କେଜ୍ରିୱାଲ୍‌ଙ୍କୁ ହଟାଇବା ମାମଲାରେ ଆବେଦନକାରୀଙ୍କୁ ୫୦ ହଜାର ଜୋରିମାନା

mahabharatanews

ଏଣିକି ବସ୍‌ରେ ମାଗଣା ଯାତ୍ରା କରିପାରିବେ କିନ୍ନର  

mahabharatanews