ଓଡିଶା

୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ

୭୭ ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ସଦରମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସମ୍ମିଳିତ ପରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଜଗତସିଂହପୁର ଜିଲ୍ଲା ବହୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଯାହାକୁ ନେଇ ଏ ମାଟି ଧନ୍ୟ ବୋଲି କହିଥିଲେ ଜିଲ୍ଲାପାଳ। ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହେଉଛି । ରାଜ୍ୟ ସରକାର ବହୁତ କମଦିନରେ ବହୁ ଜନ ହିତକର କାର୍ଯ୍ୟ କରିଦେଶ ଓ ବିଦେଶରେ ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଯାହା ଆମ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରୁଥିବା କହିଛନ୍ତି ଜିଲ୍ଲାପାଳ ଜଗତସିଂହପୁର ଜେ ସୋନାଲ।

Related posts

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନାମ ବଦଳିଲା

mahabharatanews

ଶ୍ରେଣୀ ଗୃହରୁ ଆଠ ଫୁଟ ଲମ୍ବା ଅଜଗର ଉଦ୍ଧାର

mahabharatanews