Uncategorized

ବସ କଣ୍ଟେନର ମୁହାଁମୁହିଁ ଧକ୍କା: ୮ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗୁନା ନିକଟରେ ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। ଏକ କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଗୁନାର କେଣ୍ଟ ଥାନା ଅଞ୍ଚଳରେ ପ୍ରାୟ ରାତି ୨.୩୦ ମିନିଟରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ବସ୍ ଏବଂ କଣ୍ଟେନର ମୁହାଁମୁହିଁ ଧକ୍କା ଅଟେ ବଡ ମାତ୍ରାରେ ହୋଇଥିଲା ଏହାର ଶବ୍ଦ ପାଖ ଅଂଚଳରେ ଖେଳିଯାଇଥିଲା। ଏହି ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଗଲା। ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଅଛନ୍ତି।

Related posts

ଇରାନ ଯିବେ ଭାରତୀୟ ବିଶେଷଜ୍ଞ ଦଳ

mahabharatanews

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

mahabharatanews

କରୋନାକୁ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ନ କରିବାକୁ ଚୀନ ଦେଇଥିଲା ଧମକ

mahabharatanews