ଅପରାଧଓଡିଶା

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

ବ୍ରହ୍ମପୁର : ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ ଏନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ । ସୂଚନା ଥାଉକି, ଗତ ଶନିବାର ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା ।  ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ । ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଥିଲେ ଅଧ୍ୟକ୍ଷ ।  ପୂର୍ବରୁ କଲେଜ୍‌ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ପୋଲିସକୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି । ପରେ ଆଉ ଏକ ରାଗିଂ ଘଟଣାକୁ ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଥିଲେ । ସେହି ପ୍ରରିପ୍ରେକ୍ଷୀରେ ଆଜି ୯ ଛାତ୍ରଙ୍କୁ ନିଲମ୍ୱନ କରାଯାଇଛି ।

Related posts

ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

mahabharatanews

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

mahabharatanews

ଆସିକା ବିଜେଡିର ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା

mahabharatanews