ଓଡିଶା

ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତି

(ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ଆଜି ମଧ୍ୟ କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ଶିଶୁ ଭବନ ଛକରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଗତକାଲି ପୁରୀରେ ହୋଇଥିବା ନାବାଳିକା ଦୁଷ୍କର୍ମ ବିରୋଧରେ ସ୍ବର ଉଠାଇ କଂଗ୍ରେସର ଯୁବ ଛାତ୍ରମାନେ କଂଗ୍ରେସ ଭବନରୁ ଏକ ମୋଟରସାଇକେଲ୍ ରାଲିରେ ବାହାରି ଥିଲେ । ସେମାନେ ଶିଶୁ ଭବନ ଛକ ଦେଇ ନବୀନ ନିବାସ ଆଡକୁ ଗଲାବେଳେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା ।

Related posts

ଆଜି ରାଜ୍ୟରେ ୧୬୭ କରୋନା ପଜିଟିଭ ଚିହ୍ନଟ

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews