ଓଡିଶା

ଋକ୍ଷକ ସାଜିଲା ଭକ୍ଷକ: ବିଜେପି

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହାର ପ୍ରତିରୁପ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ।
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିଛି। ଏୟାରପୋର୍ଟ ରାସ୍ତାରୁ ନବୀନ ନିବାସ ଯିବା ରାସ୍ତାରେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟାକାଇବାକୁ ଚେଷ୍ଟା କରିଥିଲା । ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ।
ପ୍ରଭାତି ପରିଡା, ସୁରମା ପାଢୀ ଆଜି ବିଜେପି ପ୍ରମୁଖଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତା ଦେଇ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଟ୍ରାଫିକ୍ ପୋଷ୍ଟ ଯାଏଁ ପହଁଚି ଯାଇଥିଲେ। ରକ୍ଷକ ଆଜି ରାକ୍ଷସ ସାଜିଛି। ଖାକିରେ ଦାଗ ଲାଗିଛି। ରାଜ୍ୟରେ ନିର୍ଭୟା ଫଣ୍ଡର ଉପଯୋଗ ହୋଇନି। ଏପରି ବିଭିନ୍ନ ପ୍ରଶ୍ନ ନେଇ ବିଜେପି ମହିଳା ମୋର୍ଚ୍ଚା ଆଜି ରାସ୍ତାକୁ ଓହ୍ଲାଇଛି।

Related posts

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ

mahabharatanews

ଆଜି ଏବଂ ୨୨ରେ ମଦ ଦୋକାନ ବନ୍ଦ

mahabharatanews

ଓଡ଼ିଶା ଜଙ୍ଗଲରେ କଳା ମହାବଳ ପରିବାର

mahabharatanews