ଓଡିଶା

ଟ୍ରକ ପଛପଟେ ପିଟିହେଲା ଆମ୍ବୁଲାନ୍ସ, ୧ ମୃତ

(ମହାଭାରତ, ଯାଜପୁର): ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଏକ ୧୦୮ ଆମ୍ବୁଲାନ୍ସ ପିଟି ହୋଇଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକଙ୍କ ସହିତ ମୃତ ମହିଳାଙ୍କ ୮ ମାସର ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ପାଣିକୋଇଲି ପଟୁ ଯାଜପୁର ରୋଡ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଆହତ ଶିଶୁକୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Related posts

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ

mahabharatanews

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

mahabharatanews

ବିଜେଡି ପକ୍ଷରୁ ମୂୟରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ

mahabharatanews