ଓଡିଶା

ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ

(ଦିଲ୍ଲୀପ ସାହୁ/ମହାଭାରତ) ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ଆକସ୍ମିକ ଦୁର୍ଘଟଣାରୁ କିଭଳି ନିଜକୁ ତଥା ଅନ୍ୟମାନଙ୍କୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଅଗ୍ନିକାଣ୍ଡ, ଗ୍ୟାସ ଦୁର୍ଘଟଣା, ପାଣିରେ ବୁଡିଯିବା ଆଦି ଆକସ୍ମିକ ସ୍ଥିତିର ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।କଲେଜ ପରିସରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ରମେଶ ଚନ୍ଦ୍ର ସାହୁଙ୍କ ସମେତ ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ,ଓଡ୍ରାଫ ଅଧିକାରୀ ସମେତ କୁଜଙ୍ଗ ବ୍ଲକର ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ଶତାଧିକ ଛାତ୍ରଛାତ୍ରୀ ଭାଗନେଇଥିଲେ।

Related posts

ବେଆଇନ ମଦ ଜବତ, ୭ ଗିରଫ

mahabharatanews

ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେର

mahabharatanews

ଆଜି ହେରାପଞ୍ଚମୀ, ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

mahabharatanews