ଓଡିଶା

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର/ମହାଭାରତ)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଗ୍ୟାନ ମିଶନ ପକ୍ଷରୁ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନୀଳମଣି ଓତା ଓ ଶିବନାରାୟଣ ପୂଜାହାରି ଉଦଘାଟନ କରିଥିଲେ।ଶ୍ରୀମଦ ଭଗବତ ଗୀତାର ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ର ୬ ଟି ବ୍ଳକର ୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ବିଭିନ୍ନ ବ୍ଳକରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପରିକ୍ଷା କରାଯାଇ ପୁରସ୍କାର ବିତରଣ କରଯାଇଥିଲା। ସେଥିରେ କୄତୀ ପ୍ରତିଯୋଗି ମାନେ ଆସନ୍ତା ୨୮,୨୯ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ସୂଚନା ଦେଇଥିଲେ।ଏହି କାର୍ୟ୍ୟକ୍ରମ କୁ ସୀତାଂଶୁ ପୂଜାହାରି,ଆଲୋକ ପଧାନ,ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Related posts

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

mahabharatanews

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସର

mahabharatanews