ଓଡିଶା

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର/ମହାଭାରତ)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଗ୍ୟାନ ମିଶନ ପକ୍ଷରୁ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନୀଳମଣି ଓତା ଓ ଶିବନାରାୟଣ ପୂଜାହାରି ଉଦଘାଟନ କରିଥିଲେ।ଶ୍ରୀମଦ ଭଗବତ ଗୀତାର ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ର ୬ ଟି ବ୍ଳକର ୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ବିଭିନ୍ନ ବ୍ଳକରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପରିକ୍ଷା କରାଯାଇ ପୁରସ୍କାର ବିତରଣ କରଯାଇଥିଲା। ସେଥିରେ କୄତୀ ପ୍ରତିଯୋଗି ମାନେ ଆସନ୍ତା ୨୮,୨୯ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ସୂଚନା ଦେଇଥିଲେ।ଏହି କାର୍ୟ୍ୟକ୍ରମ କୁ ସୀତାଂଶୁ ପୂଜାହାରି,ଆଲୋକ ପଧାନ,ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Related posts

ଅଗ୍ନିକାଣ୍ଡରେ ୨୦ ବଖରା ଭସ୍ମିଭୂତ

mahabharatanews

କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,

mahabharatanews

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ; ସମୀକ୍ଷା କଲେ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ

mahabharatanews