ଓଡିଶା

୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପରିସରରେ ସତ୍ୟବାଦୀ ବ୍ଲକ ର ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସମାନ୍ତରାୟ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ଫୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ବଣ୍ଟନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯଦିବା କେହି ରାଶନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବେ ସେମାନ ବ୍ଳକରେ ଦରଖାସ୍ତ କଲେ ସେମାନଙ୍କୁ ବହୁ ଶିଘ୍ର ରାଶନ କାର୍ଡ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ।ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ବିଡିଓ ସରୋଜ କୁମାର ଦତ୍ତ, ବ୍ଳକ ଯୋଗାଣ ନୀରିକ୍ଷିକା ଜୟନ୍ତୀ ହରିଚନ୍ଦନ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ ଓ ଆତ୍ମାର ସଭାପତି ବେବିଲାଲ ମିଶ୍ରଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ ।

Related posts

ପୋଖରୀ ପାହାଚରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

mahabharatanews

“ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ” : ଭି କେ ପାଣ୍ଡିଆନ

mahabharatanews