ଓଡିଶା

୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାର

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡାରେ ସହାୟତା କରିବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଠାରେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୭୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ଜଣେ ମହିଳା ସାହି ପଡିଶା ଲୋକଙ୍କ ସହ ବନ୍ଧୁତା କରିବା ଠାରେ ସେମାନଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଜଣେ ମହିଳା ତାଙ୍କ ପରିବାର ସହ ଆସି ଗାନ୍ଧୀନଗର ପଡାରେ ଭଡାରେ ରହିଥିଲେ । କିଛିଦିନ ମଧ୍ୟରେ ପଡୋଶୀ ମହିଳାମାନଙ୍କ ସହ ମିଳାମିଶା କରି ସେମାନଙ୍କର ବିଶ୍ୱାସ ଜିତିବା ସହ ସେମାନଙ୍କ ସହ ଘନିଷ୍ଠତା ବଢାଇଥିଲେ । ଏହାପରେ କାହାକୁ ଚାକିରି କରାଇ ଦେବେ ତ କାହାର ଝିଅ ବାହାଘର ତଥା ଜମିବାଡି କିଣିବାରେ ସାହାଯ୍ୟ କରିବେ କହି ଟଙ୍କା ନେଇଥିଲେ । ଏତେ ପରିମାଣର ଟଙ୍କା ସଂଗ୍ରହ କରିବା ପରେ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସେ ରହୁଥିବା ଘରେ ଏବେ ତାଲା ପଡିଥିବା ବେଳେ ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଛି । ଠକେଇର ଶିକାର ହୋଇଥିବା ଜାଣି ଉକ୍ତ ମହିଳାମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

କ୍ୟାପିଟାଲ ଏବଂ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ

mahabharatanews

ଝାରସୁଗୁଡାର ୧୨ଟି ଗାଁ ସଟଡାଉନ

mahabharatanews

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews