Uncategorized

ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ

( ଜମ୍ମୁ): ପାକିସ୍ତାନ ନିଜର ଅସ୍ତ୍ରବିରତି ଉଲଙ୍ଘନ କାର୍ଯ୍ୟ ଜାରି ରଖିଛି । ଗୁରୁବାର ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚ ଜିଲ୍ଲାର ଶାହପୁର ଏବଂ କିରନୀ ସେକ୍ଟରରେ ଗୁଳି ବର୍ଷା ଜାରି ରହିଛି । ପୂର୍ବାହ୍ନ ସାଢେ ୧୧ଟାରେ ପାକିସ୍ତାନ ଫରୱାର୍ଡ ପୋଷ୍ଟଗୁଡିକରୁ ଭାରତୀୟ ପୋଷ୍ଟ ଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ମାଡ କରାଯାଇଥିଲା । ଏହାର ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ ଗୁଳିମାଡ କରାଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନ ବୁଧବାର ଦିନ ବାରାମୁଲା ଓ ପୁଞ୍ଚ ନିକଟବର୍ତ୍ତୀ ସୀମାନ୍ତରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏହା ସହ କଟୁଆରେ ମଧ୍ୟ ଗୁଳି ବର୍ଷା କରାଯାଇଥିଲା । ଅସ୍ତ୍ର ବିରତି ଉଲଙ୍ଘନ ସମୟରେ ଭାରତୀୟ ସେନା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲା ।

Related posts

ପାକିସ୍ତାନକୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ଯୋଗାଉଛି ତାଲିବାନ

mahabharatanews

ହାତୀ ମୃତ୍ୟୁ ଘଟଣା: କେରଳ ସରକାରକୁ କେନ୍ଦ୍ରର ଜବାବ ତଲବ

mahabharatanews

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି

mahabharatanews