Uncategorized

ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ଓୱେସୀ

(ନୂଆଦିଲ୍ଲୀ): ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆପଣାଇଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏସ)କୁ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଆସାଦୁଦ୍ଦିନ ଓୱେସୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସିଏଏ ସମ୍ବିଧାନର ବିରୋଧାଚରଣ କରୁଥିବା ବେଳେ ଧର୍ମକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି । ମୁସଲିମ ମାନଙ୍କୁ ରାଷ୍ଟ୍ରହୀନ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପିର ଏହା ଏକ ଚକ୍ରାନ୍ତ ବୋଲି ଓୱେସୀ କହିଛନ୍ତି । ତାଙ୍କ ପୂର୍ବରୁ କଂଗ୍ରେସ, ଟିଏମସି, ଓ ଆଇୟୁଏମ ମଧ୍ୟ ସିଏଏ ବିରୋଧରେ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟ ସମସ୍ତ ଆବେଦନର ଶୁଣାଣି ଆସନ୍ତା ୧୮ ତାରିଖରେ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ଗତ ସୋମବାର ଲୋକସଭାରେ ନାଗରିକତା ବିଲ ପାସ ହେବା ପରେ ଓୱେସୀ ଏହାର କପିକୁ ଚିରି ଦେଇଥିଲେ । ଏହି ଆଇନ ଦେଶକୁ ବିଭାଜନ କରିବା ପାଇଁ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି ।

Related posts

ରାଜ୍ୟସଭା ପାଇଁ ସିନ୍ଧିଆଙ୍କ ନାମାଙ୍କନ ଦାଖଲ

mahabharatanews

ସମ୍ଭାବ୍ୟ ମରୁଡି ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ସଂକ୍ରମଣ ୫.୫ ଲକ୍ଷ ହେବ

mahabharatanews