ଅପରାଧ

ନାବାଳିକା ଛାତ୍ରୀଙ୍କ ଗଳା କାଟି ହତ୍ୟା

(ମହାଭାରତ, ବାଲୁଗାଁ): ବାଲୁଗାଁ ସ୍ଥିତ ଗଙ୍ଗାନଗର ସ୍ଥିତ ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି । ଘରେ ପଶି ଜଣେ ନାବାଳିକାକୁ ଜଣେ ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛି । ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ (୧୭) ଘରେ ପାଠ ପଢୁଥିବା ବେଳେ ମୁଖା ପିନ୍ଧି ହଠାତ ଜଣେ ଦୁର୍ବୃତ୍ତ ଘରକୁ ପସି ଆସିଥିଲେ । ସେହି ସମୟରେ ଘରେ କେହି ପୁରୁଷ ଲୋକ ନଥିବା ଦେଖି ନାବାଳିକାଙ୍କ ବେକରେ ଏକ ଧାରୁଆ ଅସ୍ତ୍ର ଲଗାଇ ଦାଣ୍ଡରୁ ବାରିଆଡ ପର୍ଯ୍ୟନ୍ତ ଟାଣି ନେଇ ଯାଇଥିଲେ । ଏହା ଦେଖି ନାବାଳିକାର ଭାଉଜ ଏହାର ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନାବାଳିକାଙ୍କୁ ଉକ୍ତ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମାରି ଚାଲିଥିଲା । ଫଳରେ ନାବାଳିକା ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିବା ସେହି ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Related posts

ଲୁଟେରା ଗ୍ୟାଙ୍ଗକୁ କାବୁ କରି ବିପୁଳ ସାମଗ୍ରୀ ଜବତ କଲା ପୁଲିସ

mahabharatanews

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ଲୋଭ ଦେଖାଇ ଠକି ନେଲେ ହଜାର ହଜାର ଟଙ୍କା

mahabharatanews