Uncategorized

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

(ଆଲିଗଡ): ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟିର ଛାତ୍ର ଓ ପୋଲିସ ମୁହାମୁହିଁ ହେବା ପରେ ଏଠାରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ଆସନ୍ତାବର୍ଷ ଜାନୁଆରୀ ୫ ତାରିଖ ଯାଏଁ ବନ୍ଦ ଘୋଷଣା କରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପରିସର ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି । ପୋଲିସ ଏଠାରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । ତେଣୁ ପରିସ୍ଥିତି ସ୍ୱାଭାବିକ ହେବା ଯାଏ ଏହା ବନ୍ଦ ରହିବ । ଜାନୁଆରୀ ୫ ତାରିଖରେ ଖୋଲିବା ପରେ ପରୀକ୍ଷା ଓ ଅନ୍ୟ କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ଅବଦୁଲ୍ ହମିଦ ଗଣମାଧ୍ୟମକୁ କହିଛନ୍ତି ।

Related posts

ଜମ୍ମୁ କାଶ୍ମୀରର ପହଲଗାମରେ ଭୂକମ୍ପର ଝଟ୍‌କା

mahabharatanews

ବାଘଙ୍କୁ ଦିଅ।ଯାଉଛି ଗଛ ଚଢ଼ା ଟ୍ରେନିଂ

mahabharatanews

ସୁଲତାନ କାବୁସଙ୍କ ଅନ୍ତିମ କ୍ରୀୟାରେ ନକବୀ

mahabharatanews