Uncategorized

ଆମ ପାଖରେ ସତ୍ୟର ବଳ ରହିଛି: ଦଲାଇ ଲାମା

ପାଟନା: ଆମ ପାଖରେ ସତ୍ୟର ବଳ ଥିବା ବେଳେ ଚୀନ କମ୍ୟୁନିଷ୍ଟ ଶାସକଙ୍କ ନିକଟରେ ରହିଛି ବନ୍ଧୁକର ବଳ । କିନ୍ତୁ ଶେଷରେ ସତ୍ୟର ବଳ ବିଜୟ ହାସଲ କରେ ବୋଲି ତିବ୍ଦତର ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଚୀନ ଉଦ୍ଦେଶ୍ୟରେ ବଡଦିନରେ କହିଛନ୍ତି । ସେ ବିହାରର ଗୟା ନିକଟରେ ଏହା କହିଛନ୍ତି । ଲାମା ୧୪ ଦିନ ସେଠାରେ ବାସ କରିବେ ।

ଲାମା ଆହୁରି କହିଛନ୍ତି, ବିଶ୍ୱରେ ସର୍ବାଧିକ ବୌଦ୍ଧଧର୍ମାବଲମ୍ବୀ ଚୀନରେ ବାସ କରନ୍ତି । ତେବେ ସେଠାକାର ଲୋକେ ହୃଦୟଜ୍ଞମ କରୁଛନ୍ତି, ତିବ୍ଦତରେ ଯେଉଁ ପ୍ରକାର ବୌଦ୍ଧଧର୍ମକୁ ପାଳନ କରାଯାଉଛି ତାହା ବାସ୍ତବ ଓ ସତ୍ୟ । ଜାନୁଆରୀ ୬ ତାରିଫ ଦିନ ଲାମା ୫୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ନିକଟରେ ନିଜ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଯୋଗ୍ୟ, ଏହି ଆଧ୍ୟାତ୍ମିକ ଗୁରୁଙ୍କ ଉତ୍ତରାଧିକାରୀକୁ ନେଇ ଚୀନ ଓ ତିବ୍ଦତ ମଧ୍ୟରେ ବିବାଦ ଲାଗି ରହିଛି । ତିବ୍ଦତୀୟମାନେ ଏ ବି ପୁନର୍ଜନ୍ମ ଉପରେ ବିଶ୍ୱାସ କରନ୍ତି । କିନ୍ତୁ ଚୀନ ଉତ୍ତରାଧିକାରୀ ପାଇଁ ଚାପ ପକାଉଛି । ଚୀନର ଏହି ଚାପକୁ ନେଇ ତିବ୍ଦତୀୟମାନେ ବିଶ୍ୱାସ କୁହନ୍ତି, ବେଜିଙ୍ଗ ପକ୍ଷରୁ ଉତ୍ତରାଧିକାରୀ ଲଦିବାକୁ ପ୍ରୟାସ ହେଉଛି ।

Related posts

ସେନା ଗୁଳିରେ ୩ ଆତଙ୍କୀ ନିହତ

mahabharatanews

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ଅଲତାଫ୍ ବୁଖାରୀ ‘ଅପନି ପାର୍ଟି’ ଅଧ୍ୟକ୍ଷ ନିର୍ବାଚିତ

mahabharatanews