ଓଡିଶା

୧୧୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

(ମହାଭାରତ, ମାଲକାନଗିରି): ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ମହିଳା ସାମିଲ ହେଉଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟନେଲ୍ କ୍ୟାମ୍ପ ଅଞ୍ଚଳରେ ସକ୍ରିୟ ଥିବା ଏକ ଗଞ୍ଜେଇ ରାକେଟର ପୋଲିସ ପର୍ଦ୍ଦାଫାଶ କରିଛି । ଏହି ରାକେଟରେ ବିହାରୀ ମହିଳା ସ।।ମିଲ ଥିବା ଜଣାଯାଇଛି । ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ୨ ବିହାରି ମହିଳାଙ୍କ ସମେତ ୫ ଜଣ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡିଥିଲେ । ପୋଲିସ ଆଖିରେ ଧୁଳି ଦେଇ ସେମାନେ ଗାଡି ତଳେ ଏକ ଚାମ୍ବର କରି ଗଞ୍ଜେଇକୁ ଛୋଟ ଛୋଟ ପ୍ୟାକେଟରେ ରଖି ଚାଲାଣ କରୁଥିଲେ । ପୋଲିସ ଜବତ କରିଥିବା ଗାଡିରୁ ୧୧୨ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ବିହାର ଚାଲାଣ ହେଉଥିଲା । ତେବେ ଏହି ଗଞ୍ଜେଇ ରାକେଟର ଚେର କେଉଁ ଯାଏ ଲମ୍ବିଛି ଅବକାରୀ ବିଭାଗ ତାହାର ଖୋଳତାଡ କରୁଛି ।

Related posts

ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

mahabharatanews