ଓଡିଶା

ଜେସିବି ଜାଳିଦେଲେ ନକ୍ସଲ

(ମହାଭାରତ, ମୁନିଗୁଡା): ରାୟଗଡାର ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୩ଟି ଗାଡିକୁ ମାଓବାଦୀମାନେ ଜାଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଶରଧାପୁରରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଉଛି । ଗତକାଲି ରାତିରେ ୧୫ ଜଣ ମାଓବାଦୀ ଟିକରପଡା ଗାଁ ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଥିବା ଜେସିବି ଓ ଅନ୍ୟ ଗାଡିକୁ ପୋଡି ଦେଇଥିଲେ । ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲାଗିଥିବା ବେଳେ ରାସ୍ତାକାମ ବନ୍ଦ ପାଇଁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଅଭିଯୋଗ

mahabharatanews

ହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews

ଚିଲିକାରେ ଅତ୍ୟାଧନିକ ବିଳାସପୂର୍ଣ୍ଣ ବୋଟ୍ ଗରୁଡ ଉଦଘାଟିତ

mahabharatanews