ଓଡିଶା

ଜେସିବି ଜାଳିଦେଲେ ନକ୍ସଲ

(ମହାଭାରତ, ମୁନିଗୁଡା): ରାୟଗଡାର ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୩ଟି ଗାଡିକୁ ମାଓବାଦୀମାନେ ଜାଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଶରଧାପୁରରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଉଛି । ଗତକାଲି ରାତିରେ ୧୫ ଜଣ ମାଓବାଦୀ ଟିକରପଡା ଗାଁ ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଥିବା ଜେସିବି ଓ ଅନ୍ୟ ଗାଡିକୁ ପୋଡି ଦେଇଥିଲେ । ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲାଗିଥିବା ବେଳେ ରାସ୍ତାକାମ ବନ୍ଦ ପାଇଁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।

Related posts

ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

mahabharatanews

ଜଲାପୁଟ ଡଙ୍ଗାବୁଡି ଘଟଣା: ୩ ନିଖୋଜଙ୍କ ମଧ୍ୟରୁ ୨ଙ୍କ ମୃତଦେହ ଉଦ୍ଧାର

mahabharatanews

୭୦% ସିଲାବସରେ ଚଳିତ ବର୍ଷ +୨ ପାଠ୍ୟକ୍ରମ ପ୍ରସ୍ତୁତ ହେବ

mahabharatanews