ଓଡିଶା

ଦାଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଧୀନ ଅଭୟମୁଖୀ ଗ୍ରାମପଞ୍ଚାୟତର ଇନ୍ଦିପୁର ଗ୍ରାମର ବଡସାହିରେ ପୁତୁରା ଦାଦାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଭିକାରୀ ପ୍ରଧାନ (୬୦)ଙ୍କୁ ତାଙ୍କ ପୁତୁରା ଧଡିଆ ପ୍ରଧାନ ଘରବାରି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଭିକାରୀଙ୍କୁ ଲହୁଲୁହାଣ କରି ଦେଇଛି । ଏପରିକି ଠେଙ୍ଗାରେ ମଧ୍ୟ ମାଡ ମାରିବା ଯୋଗୁ ଭିକାରୀଙ୍କର ବାମ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଏପରିକି ମୁଣ୍ଡ, ଗୋଡ, ହାତ, ପିଟି, ଛାତି ବିଭିନ୍ନ ଜାଗାରେ ଖଣ୍ଡିଆ ଖାବେରା ହୋଇଛି । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ କେସରୁଜ କରି ତଦନ୍ତଜାରି ରଖିଛି ।

Related posts

ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

mahabharatanews

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ

mahabharatanews

କୋଭିଡ କଟକଣାରେ ମା’ଗଜଲକ୍ଷ୍ମୀଙ୍କ ପୂଜା

mahabharatanews