Uncategorized

ଓମାନର ସୁଲତାନ କାବୁସଙ୍କ ପରଲୋକ

(ମାସକଟ): ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଅସୁସ୍ଥ ଥିବାରୁ ବେଲଜିୟମରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ଦୀର୍ଘ ୪୯ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ । ତାଙ୍କ ଶାସନ କାଳରେ ଓମାନର ଆର୍ଥିକ ଅବସ୍ଥାରେ ସୁଧାର ଆସିଥିଲା । ୧୯୭୦ରେ ବ୍ରିଟେନର ସମର୍ଥନରେ ସୁଲତାନ କାବୁସ ନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ଓମାନର ସୁଲତାନ ଆସନରେ ବସିଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । କାବୁସ ବିବାହ କରିନଥିବାରୁ ତାଙ୍କର ଉତ୍ତରାଧିକାରୀ କେହି ନାହାନ୍ତି । ତେବେ ଓମାନର ନିୟମାନୁଯାୟୀ, ସୁଲତାନଙ୍କ ଆସନ ଖାଲି ରହିବାର ୩ ଦିନ ମଧ୍ୟରେ ରାଜ ପରିବାର ପରିଷଦ ନୂଆ ସୁଲତାନ ଚୟନ କରିବେ । ସୂଚନାଯୋଗ୍ୟ, ରାଜ ପରିବାରର ପରିଷଦରେ ୫୦ ପୁରୁଷ ସଦସ୍ୟ ଅଛନ୍ତି । ମୃତ୍ୟୁ ପୂର୍ବରୁ କାବୁସ ଏକ ବନ୍ଦ ଲଫାପା ଛାଡି ଯାଇଛନ୍ତି । ଏଥିରେ ଓମାନର ସୁଲତାନ ଆସନ ପାଇଁ ନିଜ ଉତ୍ତରାଧିକାରୀ ବିଷୟରେ ଉଲ୍ଲେଖ କରିଛନ୍ତି । ଯଦି ରାଜପରିବାର ୩ ଦିନ ମଧ୍ୟରେ ନୂଆ ସୁଲତାନଙ୍କୁ ନେଇ ସହମତି ପ୍ରକାଶ ନ କରନ୍ତି ତେବେ ପ୍ରତିରକ୍ଷା ପରିଷଦର ସଦସ୍ୟ, ସୁପ୍ରିମକୋର୍ଟ ଅଧ୍ୟକ୍ଷ, ପରାମର୍ଶଦାତା ପରିଷଦ ଓ ରାଜ୍ୟ ପରିଷଦ ଦେହି ବନ୍ଦ ଲଫାପାକୁ ଖୋଲିବେ । ଏଥିରେ କାବୁସ ଉଲ୍ଲେଖ କରିଥିବା ବ୍ୟକ୍ତି ହିଁ ଓମାନର ନୂଆ ସୁଲତାନ ହେବେ ।

Related posts

ନାସା ପକ୍ଷରୁ ମଙ୍ଗଳର ଗୁମ୍ଫା, ଜ୍ୱଳାମୁଖୀ ଫଟୋ ଜାରି

mahabharatanews

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

mahabharatanews

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

mahabharatanews