Uncategorized

ସିଏଏ ସମର୍ଥନ ସମ୍ମିଳନୀରେ ଦୁଇ ଗୋଷ୍ଠୀ ହାତାହାତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଡକାଯାଇଥିବା ଉଲେମାମାନଙ୍କ ଏକ କାର୍ଯ୍ୟକ୍ରମରେ ସଂଘର୍ଷ ଦେଖା ଦେଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ମୁସଲିମ ଗୋଷ୍ଠୀ ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ । ଏହି ହାତାହାତି ପରିସ୍ଥିତି ବେଳେ ସେଠାରେ ଇନ୍ଦ୍ରେଶ କୁମାର ଉପସ୍ଥିତ ଥିଲେ । ଏହି କ।।ର୍ଯ୍ୟକ୍ରମରେ ଗୋଟିଏ ଗୋଷ୍ଠୀ ସିଏଏ ଓ ଏନଆରିସିକୁ ସମର୍ଥନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହ।।ର ବିରୋଧ କରିଥିଲା ।

ଦେଶବ୍ୟାପୀ ସିଏଏ ସମର୍ଥନରେ ଗୁରୁବାର ଦିନ ଦିଲ୍ଲୀରେ ଉଲେମାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଉଲେମା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ କିଛି ଲୋକ ହାତରେ କାଗଜ ଧରି ସେଠାରେ ପହଁଚି ନାରାବାଜି ଆରମ୍ଭ କରି ଦେଇଥିଲେ । ନାରାବାଜି ପରେ ସେଠାର ସ୍ଥିତି ଏପରି ବିଗିଡି ଯାଇଥିଲା କି ସିଏଏ ବିରୋଧୀ ଲୋକଙ୍କୁ ଧକ୍କା ମାରି ସେଠାରୁ ବାହାର କରିବାକୁ ଚେଷ୍ଟା ହୋଇଥିଲା । ଫଳରେ ଦୁଇ ପକ୍ଷ ଧସ୍ତାଧସ୍ତି ହୋଇଥିଲେ । ବିରୋଧ କରୁଥିବା ଲୋକଙ୍କୁ ଦିଲ୍ଲୀ ପୁଲିସ ହାଜତକୁ ନେଇଥିଲା ।

Related posts

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ଯୋଗୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ

mahabharatanews

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କରୋନା ସଂକ୍ରମିତ

mahabharatanews