Uncategorized

ୟେମେନ: ବାଲାଷ୍ଟିକ ମିସାଇଲ ଆକ୍ରମଣରେ ୭୦ ଯବାନ ମୃତ

ଶାନା: ୟେମେନର ମାରିବ ଅଞ୍ଚଳରେ ଏକ ବାଲାଷ୍ଟିକ ମିସାଇଲ ଆକ୍ରମଣରେ ପ୍ରାୟ ୭୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ରବିବାର ଦିନ ସରକାରୀ ଭାବେ ଘୋଷଣା କରାଯାଇଛି । ଶନିବାର ରାତିରେ ମାରିବଠାରେ ଥିବା ଅଲ ନକଷ୍ଟିକବାଲ ମିଲିଟାରୀ କ୍ୟାମ୍ପରେ ଥିବା ଏକ ମସଜିଦ ନିକଟରେ ଏକ ବାଲାଷ୍ଟିନ ମିସାଇଲର ଆକ୍ରମଣ ହୋଇଥିଲା । ଏଥିରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡର୍ଜନରୁ ଅଧିକ ସୈନିକ ଆହତ ହୋଇ ଚିକିତ୍ସିତ ଅଛନ୍ତି ।
ୟେମେନି ସରକାରୀ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନର ସହଯୋଗୀ ହାଉଥି ବିଦ୍ରୋହୀଙ୍କୁ ଦାୟୀ କରିଛନ୍ତି । କିନ୍ତୁ ହାଉଥି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ନିଜ ଆଡୁ ଦାବି କରିନାହିଁ । ଏହି ଆକ୍ରମଣ ପରେ ମାରିବ ଆକ୍ରମଣ ପରେ ସାଉଦି ସେନା ପକ୍ଷରୁ ହାଉଥିର ମିଲିଟାରୀ କାମ୍ପ ଉପରେ ଆକ୍ରମଣ କରାଯାଇଛି । ୨୦୧୪ର ଶେଷରେ ୟେମିନର ଉତ୍ତରାଞ୍ଚଳର ଅଧିକାଂଶ ସ୍ଥାନକୁ ହାଉଥି ବିଦ୍ରୋହୀ ନିଜ କବ୍ଚାକୁ ନେଇଯାଇଛନ୍ତି ।

Related posts

ସୋସିଅ।ଲ ମିଡିଅ।ରେ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

mahabharatanews

ନ୍ୟୁଜ ଆଙ୍କର ଅମିଶ ଦେବଗନଙ୍କ ବିରୋଧରେ କୌଣସ ବାଧ୍ୟତାମୂଳକ କାର୍ଯ୍ୟ ନାହିଁ: ଏସସି

mahabharatanews

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews