(ମହାଭାରତ, କୋଣାର୍କ): ଚନ୍ଦ୍ରଭାଗା ଠାରେ ପ୍ରସିଦ୍ଧ ମାଘବୁଡର ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାର ପୋଖରୀରେ କିଭଳି ସୁରକ୍ଷିତ ଭାବେ ବୁଡ ପକାଇବେ ସେନେଇ କୋଣାର୍କ ଯାତ୍ରୀ ନିବାସ ଠାରେ ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷି ଅଧୀକ୍ଷକ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପରେ ଅଧିକାରୀମାନେ ଚନ୍ଦ୍ରଭାଗା ପୁଷ୍କରିଣୀ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଫେବୃୟାରୀ ମାସ ପହିଲାରେ ମାଘବୁଡ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଚନ୍ଦ୍ରଭାଗା ପୋଖରୀରୁ ପଙ୍କ ଉଦ୍ଧାର କରିବା ସହ ଅପରିଷ୍କାର ପାଣି ନିସ୍କାସନ ଓ ବର୍ଜବସ୍ତୁ ବାହାର କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ଦେଖିଥିଲେ । ତେବେ ମାଘବୁଡ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତବର୍ଷ ବାରୁଣୀ ସ୍ନାନ ପଡୁଥିବାରୁ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି ।
previous post
next post