ଓଡିଶା

ଜେଡିଏସ ବରିଷ୍ଠ ନେତା ଅମରନାଥଙ୍କ ପରଲୋକ

(ମାଙ୍ଗାଲୁରୁ): କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅରରନାଥ ଶେଟ୍ଟୀଙ୍କ ସୋମବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନଥିଲା । ତାଙ୍କୁ ମାଙ୍ଗାଲୁରୁର ଏଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଜଣେ ସଚ୍ଚୋଟ ଏବଂ ସଭ୍ୟ ରାଜନୀତିଜ୍ଞ ଭାବେ ଅମରନାଥ ପରିଚିତ ଥିଲେ । ରାଜନୀତି ସହ ସେ ତୃଣମୂଳ ସ୍ତରରୁ ଯୋଡି ହୋଇଥିଲେ । ୧୯୬୫ରେ କରକରା ତାଲୁକର ପଲାଡକା ଗ୍ରାମ ପଞ୍ଚାତର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ମୁଦାବିଦରି ଟିଏମସିର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ମୁଦାବିରା ବିଧାନସଭାରୁ ସେ ତିନି ଥର ବିଧାୟକ ହୋଇଥିଲେ । ଏହାସହ ଜେଡିଏସ ଶାସନକାଳ ସମୟରେ ସେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ ।

Related posts

ଶନିବାର ପ୍ରକାଶ ପାଇବ +୨ ଆର୍ଟସ୍ ଫଳାଫଳ

mahabharatanews

୧୮ରୁ ପୁଣି ବର୍ଷା ଆରମ୍ଭ 

mahabharatanews

ସନ୍ଧ୍ୟା ୬ଟାରୁ ୧୦.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ

mahabharatanews