ଅପରାଧ

ଗୋଦାମରୁ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଗିରଫ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗୋପାଳପୁର ଅଞ୍ଚଲରେ ଏହି ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ପକ୍ଷରୁ ଚଢାଉ କରାଯାଇଛି । ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ବୁଧବାର କୌଣସି ସୂତ୍ରରୁ ଖବର ପାଇ ଏସଟିଏଫର ଅଧିକାରୀମାନେ ଏଠାରେ ଚଢାଉ କରିଥିଲେ । ଚଢାଉ ବେଳେ କିଛି ବସ୍ତାରେ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ୧୯୬ କୁଇଣ୍ଟାଲର ଆମୋନିୟମ ନାଇଟ୍ରେଟ୍, ୩୨୦୦ ଜିଲୋଟିନ ଷ୍ଟିକ, ୧୦୪୦୬ ଡିଟୋନେଟର ଜବତ ହୋଇଛି । ଯାଞ୍ଚ ବେଳେ କାଗଜପତ୍ର ଦେଖାଇ ନ ପାରିବାରୁ ବେଆଇନ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଏସଟିଏଫ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟଚାଲାଣ କରିଛି । ପୂର୍ବରୁ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଗଞ୍ଜାମ ପୋଲିସ ତାଙ୍କୁ ଗିରଫ କରିଥିଲା ।

Related posts

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା

mahabharatanews

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

mahabharatanews