Uncategorized

ବିଦ୍ୟୁତ ଆଘାତରେ ଚାଷୀ ମୃତ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭେଜିପୁଟ୍ ଗାଁରେ ଏକ ଅଘଟଣ ଘଟିଛି । ଗାଁ ପାଖ ବିଲରେ ବାଡ ବସାଉଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଚାଷୀ ଜଣକ ବିଲରେ ବାଡ ବସାଇବା ପାଇଁ ଯାଇଥିଲେ । ସେଠାରେ ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ । ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇ ବିଲରେ ପଡି ଯାଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି ।

Related posts

ଧୂମପାନ ବୟସ ୨୧କୁ ବୃଦ୍ଧିକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଜନା

mahabharatanews

ଆଇଜି ପାର୍କ ଚିଡିଆଖାନା ବିଶୋଧନ ଆରମ୍ଭ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews