Uncategorized

ମାଲେସିୟାରେ ଜଣେ ଭାରତୀୟ ମୃତ

(ଅଗରତାଲା): କୋରୋନା ଭୁତାଣୁ ଭାରତକୁ ବ୍ୟାପିଛି । ଏହାର ସଂକ୍ରମଣରେ ତ୍ରିପୁରାରେ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି । ମନିର ହୋସେନ ନାମକ ଜଣେ ୨୩ ବର୍ଷିୟ ଯୁବକ ମାଲେସିୟାରେ କାମ କରୁଥିବା ବେଳେ ସେଠାରେ କୋରୋନା ଭୁତାଣୁ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ସେଠାରେ ମନିର ଏକ ହୋଟେଲରେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ବୁଧବାର ମାଲେସିଆର ଜଣେ ଅଧିକାରୀ ଫୋନ କରି ଜଣାଇଛନ୍ତି ବୋଲି ସୂଚନା ମିଳିଛି । ଗତ ୨ ବର୍ଷ ତଳେ କାମ ପାଇଁ ବାହାରକୁ ଯାଇଥିବା ମନିରଙ୍କ ମୃତଦେହକୁ ଘରକୁ ଆଣିବାର ବ୍ୟବସ୍ଥା କରିବାକୁ ତାଙ୍କ ଜେଜେବାପା ସରକାରଙ୍କୁ ଅନୁରୋଧ କରିଛନ୍ତି ।

Related posts

ଦେଶରେ କରୋନା ସ୍ଥିତି ଅଣାୟତ: ଦିନକରେ ୬୪ ହଜାରରୁ ଅଧିକ ଆକ୍ରାନ୍ତ

mahabharatanews

ଦିଲ୍ଲୀର ସବୁ ସ୍କୁଲରେ ହନୁମାନ ଚାଳିଶା ପଢାଯାଉ: କୈଳାସ

mahabharatanews

ନୌସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ

mahabharatanews