Uncategorized

ହିଂସାକୁ ଉସକାଇବା ଅଭିଯୋଗ

(କାନପୁର): ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ୫ ସଦସ୍ୟଙ୍କୁ ଉତ୍ତରପ୍ରଦେଶ ପୋଲିସ କାନପୁରରୁ ଗିରଫ କରିଛି । ନାଗରିକତା ସଂଶୋଧନ ଆଇନ (ସିଏଏ), ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ (ଏନଆରସି)କୁ ବିରୋଧ କରି ଏହି ସଦସ୍ୟମାନେ ହିଂସାକୁ ଉସକାଇବା ପାଇଁ ପ୍ରୟାସ କରୁଥିଲେ । ଆଗକୁ ଉତ୍ତରପ୍ରଦେଶରେ ଗଙ୍ଗାଯାତ୍ରା ରହିଛି । ଏହି ଅବସରରେ ଗିରଫ ହୋଇଥିବା ୫ ପିଏଫଆଇ ସଦସ୍ୟ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ୫ ସଦସ୍ୟଙ୍କୁ ପଚରାଉଚରା କରିବା ପରେ ଅଧିକ ସୂଚନା ମିଳିବ ବୋଲି ପୋଲିସ କହିଛି । ତେବେ ଗିରଫ ହୋଇଥିବା ୫ ଜଣ ପିଏଫଆଇ ସଦସ୍ୟଙ୍କ ନାମ ପୋଲିସ ପ୍ରକାଶ କରିନାହିଁ । ସିଏଏକୁ ବିରୋଧ କରିବା ଆଳରେ ପିଏଫଆଇର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି । ତେଣୁ ପୋଲିସ ଏହି ସଦସ୍ୟମାନଙ୍କୁ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

Related posts

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

ରାଜ୍ୟ ସରକାରର ନିଷ୍କ୍ରିୟତା କିନ୍ନରଙ୍କ ମାନବିକ ଅଧିକାର ଉଲ୍ଲଂଘନ କରୁଛି

mahabharatanews

 ଯୌତୁକ ନିର୍ଯାତନା କମାଯାଇପାରିବ ସଚେତନତା: ପିନାରାୟି ବିଜୟନ

mahabharatanews