Uncategorized

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

ଅମରାବତୀ: ତେଲଗୁଦେଶମ ପ।ର୍ଟି (ଟିଡିପି) ମୁଖପାତ୍ର କେ ପଟ୍ଟାଭିର।।ମ ଜଗନ ରେଡି ସରକାର ବିରୋଧରେ ଅଭିଯୋଗ ଆଣିଛନ୍ତି କି, ସରକାର ଫ୍ରାନˆଲିନ ଟେମ୍ପେ୍ଲଟନଙ୍କୁ ଆକ୍ରମଣ କରୁଛି । ଗତକାଲି ରାଜ୍ୟସଭାରେ ୱାଇଏସଆରସିପିର ସାଂସଦ ମିଥୁନ ରେଡ୍ଡୀ ଅଭିଯୋଗ ଆଣିଥବଲେ, ଟିଡିପି ସରକାର ୧ ହଜାର କୋଟି ଟଙ୍କାର ୪୦ ଏକର ଜମିକୁ ଫ୍ରାନˆଲିନ ଟେମ୍ପ୍ରେଟନଙ୍କୁ ମାତ୍ର ୩୦ କୋଟି ଟଙ୍କାରେ ଯୋଗାଇ ଦେଇଥିଲା ।

ଗତକାଲି ରେଡିଙ୍କ ବୟାନ ଉପରେ ଆଜି ଟିଡିପି ମୁଖପାତ୍ର କହିଛନ୍ତି, ୱାଇଏସଆରସିପି ମୁଖ୍ୟ ଓ ବର୍ତ୍ତମାନର ଅନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଣୀ ୯ କୋଟି ଟଙ୍କା ଫ୍ରାଙ୍କଲିନ ଟେମ୍ପେ୍ଲଟନର ଇକୁଇଟି ସେୟାରରେ ବିନିଯେ।।ଗ କରିଛନ୍ତି । ପ୍ରମାଣ ଭାବେ ଟିଡିପି ମୁଖପାତ୍ର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଦେଖାଇଥିଲେ । ଏଥିସହ ଏଚସିଏଲ, ଫ୍ରାଙ୍କଲିନ ପରି ପ୍ରସିଦ୍ଧକମ୍ପାନୀଗୁଡିକୁ ବିଶାଖାପାଟନମରୁ ବାହାର କରିବାକୁ ଷଡଯନ୍ତ୍ର କରୁଥିବା କହିଛନ୍ତି । ଏଥିସହ ସେ ଅଭିଯୋଗ କରିଥିଲେ, ଏହି କମ୍ପାନୀକୁ ରାଜ୍ୟକୁ ଆଣିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବହୁ କଷ୍ଟ କରିଥିଲେ ଓ ଜମି ଯୋଗାଇ ଦେଇଥିଲେ ରାଜ୍ୟର ଯୁବକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ । ଏଥିସହ ଟିଡିପି ମୁଖପାତ୍ର ଅଭିଯୋଗ କରିଥିଲେ କି ଜଗନ ଟ୍ୟାକ୍ସ ନାମରେ ରାଜ୍ୟସରକାର ମିଛ ଟ୍ୟାକ୍ସ ଆଦ।।ୟ କରୁଛି, ଯାହାକୁ କିଆ ମୋଟର, ଫ୍ରାଙ୍କଲିନ ଟେମ୍ପେ୍ଲଟନ ଆଦି କମ୍ପାନୀ ଏହି ଟ୍ୟାକ୍ସ ଦେବାକୁ ରୋକ ଠୋକ ମନା କରି ଦେଇଛନ୍ତି ।

Related posts

କୋରୋନା: ଦକ୍ଷିଣ କୋରିଆରେ ୧୦୦ ନୂତନ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୪

mahabharatanews

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews

ଜାଣନ୍ତୁ ଭୋଜନ ଆରମ୍ଭରେ ରାଗ ଏବଂ ଶେଷରେ ମିଠା ଖାଇବାର କ’ଣ ରହିଛି ଫାଇଦା

mahabharatanews