Uncategorized

ଏନଆରସି ଡାଟା ଅଫଲାଇନ ହୋଇଛି: ଗୃହନ୍ତ୍ରଣାଳୟର ସ୍ପଷ୍ଟିକରଣ

ନୂଆଦିଲ୍ଲୀ: କିଛି ବୈଷୟିକ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଆସାମର ଏନଆରସି ଡାଟା ସୁରକ୍ଷିତ ଓ ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଆଜି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଫିସିଅ।।ଲ ୱେବ ସାଇଟରେ ଆସାମ ନାସନାଲ ରେଜିଷ୍ଟର ଅଫ ସିଟିଜନସିପର ଚୂଡାନ୍ତ ତାଲିକା ଉଭାନ ହୋଇଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ଉପରେ ସ୍ପଷ୍ଟିକରଣ ଦେଇ ଗୃହ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା କହିଛନ୍ତି, ଏନଆରସି ଡାଟା ନିର।।ପଦ ରହିଛି । କିଛି ବୈଷୟିକ ତ୍ରୁଟି କ୍ଲାଉଡରେ ଦୃଶ୍ୟ ମାନ ହୋଇଛି, ତେବେ ଏହାର ଖୁବ ଶୀଘ୍ର ସମାଧାନ କରାଯିବ ।

ଏନଆରସି ଡାଟା କିଛି ଦିନ ପାଇଁ ଉଡିଯାଇଥିଲା । ଏହାକୁ ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଥିଲା । ମୁଖ୍ୟତଃ ଯେଉଁ ଲୋକମାନଙ୍କୁ ତାଲିକାରେ ଯାଗା ମିଳି ନ ଥିଲା ଓ ସେମାନାଙ୍କ ନ।।ମ ପଞ୍ଜିକରଣ ହେବାକୁ ପଡି ରହିଛି ସେମାନେ ଅଧିକ ଭୟଭୀତ ଥିଲେ । ଅଧିକ ଡାଟା ପାଇଁ କ୍ଲାଉଡ ସେବା ବ୍ୟବହାର ହେଉଥିବା ସଫ୍ଟୱେୟାର ୱିପ୍ରୋ ଦ୍ୱାରା ପ୍ରଦାନ କରାଯାଇଛି । ଡିସେମ୍ବର ୧୫ ତାରିଖରୁ ଡାଟା ଅଫ ଲାଇନ ହୋଇଯାଇଥିଲା ୱିପ୍ରୋ ଦ୍ୱାରା ବାତିଲ ହେବା ପରେ ବୋଲି ଶର୍ମା କହିଛନ୍ତି । ଏଥିନେଇ ରାଜ୍ୟ ସହଯୋଗ କମିଟି ନିଷ୍ପତି ନେଇଛି ଓ ୱିପ୍ରୋକୁ ଲେଖା ଯାଇଛି । ଥରେ ୱିପ୍ରୋର ଡାଟା ଲ।।ଇଭ ହୋଇଗଲେ ଏହା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଦ ହେବ ।

Related posts

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରକୁ ଜେଲରୁ ମୁକ୍ତ କରିବାକୁ ୧୫ ଲକ୍ଷ ଡଲାର ବଣ୍ଡ ପ୍ରସ୍ତାବ

mahabharatanews

ଇସ୍ରାଏଲ-ହମାସ ଯୁଦ୍ଧ: ଅସ୍ତ୍ର ବିରତି ପ୍ରସ୍ତାବ ଖାରଜ

mahabharatanews

୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ

mahabharatanews