Uncategorized

ସରିଲା ସମୀର ଖାନଙ୍କ ଏନସିବି ହେପାଜତ

ମୁମ୍ବାଇ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ପୁତୁରା ସମୀର ଖାନଙ୍କୁ ଏନସିବି ମେଡିକାଲକୁ ନେଉଛନ୍ତି। ଏନସିବି ବୁଧବାର ସମୀର ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି। ସୋମବାର ତାଙ୍କ ହେପାଜତ ଶେଷ ହେବ।
ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସମୀର ଖାନଙ୍କୁ ଡ୍ରଗ୍ସ ଲିଙ୍କ ଆଧାରରେ ଗିରଫ କରାଯାଇଛି । ଏହି ଗିରଫ ପରେ ଏନସିବିର ଅନେକ ଦଳ ବିଭିନ୍ନ ସ୍ଥାନରେ ପଚରା ଉଚରା କରୁଛି । ପୂର୍ବରୁ ପଞ୍ଚ ତାରକା ହୋଟେଲରୁ ଜଣେ ବିଦେଶୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପ୍ରକୃତରେ, ଏନସିବି ସମୀର ଖାନଙ୍କୁ ୧୩ ଜାନୁଆରୀରେ ପଚରାଉଚରା ପାଇଁ ଡାକିଥିଲା । ପଚରାଉଚରା ପରେ ହିଁ ସମୀର ଖାନଙ୍କୁ ଗିରଫ କରାଯାଇଥିଲା। ସମୀର ଖାନ ଗିରଫ ହେବା ପରେ ନବାବ ମଲିକ କହିଛନ୍ତି ଯେ କୌଣସି ବ୍ୟକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହଁନ୍ତି। କୌଣସି ଭେଦଭାବ ବିନା ଏହାକୁ କାର୍ୟ୍ୟକାରୀ କରାଯିବା ଉଚିତ୍ ।

Related posts

ଇନଷ୍ଟାଗ୍ରାମରେ ଡ଼େବ୍ୟୁ କଲେ କରୀନା

mahabharatanews

କେନ୍ଦ୍ର କଟକଣାକୁ ରାଜ୍ୟ କୋହଳ କରି ପାରିବେ ନାହିଁ

mahabharatanews

ରଙ୍ଗ ପର୍ବରେ ଗୁଗଲର ଉପହାର

mahabharatanews