ଓଡିଶା

ବିଦ୍ୟୁତ ଆଘାତରେ ନାତି, ଜେଜେମା ମୃତ

(ମହାଭାରତ, ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ଓ ତାଙ୍କ ନାତିଙ୍କର ମୃତ୍ୟୁ ହୋଇଛି । ମୃତକମାନେ ୭୨ ବର୍ଷିୟା ଶିଶୁଳା ଜେନା ଓ ୨୦ ବର୍ଷିୟ ରାକେଶ ଜେନା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ରାଜେଶ ଗାଧୋଇ ସାରି ନିଜର ଓଦା ଚାଦରକୁ ଘରେ ଏକ ଲୁହା ରଡରେ ଶୁଖାଇବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ନାତି ଛଟପଟ ହେଉଥିବା ଦେଖି ତାଙ୍କ ଜେଜେମା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସେଠାରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା ପଠାଇଛି । ମୃତକ ଦ୍ୱୟଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ଘରଟି କିଛିଦିନ ଧରି ସର୍ଟ ସର୍କିଟ୍ ହୋଇରହିଥିଲା । ଫଳରେ ଘରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଘାତ ଲାଗୁଥିଲା ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୮୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କୁ ମେଡାଗାସ୍କାର ରାଷ୍ଟ୍ରପତିଙ୍କ ଧନ୍ୟବାଦ

mahabharatanews

ଦିଲ୍ଲୀରେ ଝଲସୁଛି ଓଡିଶା ନୌବାଣିଜ୍ୟ ପରମ୍ପରା

mahabharatanews