Uncategorized

ପର୍ତ୍ତୁଗୀଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

(ନୂଆଦିଲ୍ଲୀ): ପର୍ତ୍ତୁଗୀଜ ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୌସାଙ୍କୁ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାର୍ସେଲୋଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଗତ ଜଣାଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମାର୍ସେଲୋ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ । ପର୍ତ୍ତୁଗୀଜ ରାଷ୍୍ରପତି ମାର୍ସେଲୋଙ୍କ ସମେତ ୩ଜଣିଆ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିବ । ଏହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରାଯିବ ।

Related posts

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

ବାସ୍ତୁ ତ୍ରୁଟି ଦୂର କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ

mahabharatanews