Uncategorized

ପର୍ତ୍ତୁଗୀଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

(ନୂଆଦିଲ୍ଲୀ): ପର୍ତ୍ତୁଗୀଜ ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୌସାଙ୍କୁ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାର୍ସେଲୋଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଗତ ଜଣାଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମାର୍ସେଲୋ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ । ପର୍ତ୍ତୁଗୀଜ ରାଷ୍୍ରପତି ମାର୍ସେଲୋଙ୍କ ସମେତ ୩ଜଣିଆ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିବ । ଏହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରାଯିବ ।

Related posts

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews

ରାଜମୁନ୍ଦରୀରେ ଖୋଲିଲା ‘ଦିଶା’ ଥାନା

mahabharatanews

କୁଲଭୂଷଣଙ୍କୁ ପକ୍ଷ ରଖିବାକୁ ଦେବ ସୁଯୋଗ ପାକ

mahabharatanews