Uncategorized

ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

(ମହାଭାରତ): ମାଣ୍ଡିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ମାଣ୍ଡିଆରେ ପ୍ରସ୍ତୁତ ଖିରି ସମସ୍ତେ ଖାଇଥିବେ ମାତ୍ର ମାଣ୍ଡିଆରେ ପ୍ରସ୍ତୁତ ରସାବଳି ବେଶ ସୁଆଦିଆ ।
ଆବଶ୍ୟକୀୟ ସାମଗ୍ରୀ: ରାବିଡି ପାଇଁ ନିଅନ୍ତୁ ଗୋଟିଏ ଲିଟର କ୍ଷୀର ,ମାଣ୍ଡିଆ ୩ଚାମଚ,ସୁଜି ଗୋଟେ ଚାମଚ, ଚିନି ଗୋଟେ ଚାମଚ , ତିନୋଟି ଗୁଜୁରାତି
ପ୍ରସ୍ତୁତ ପ୍ରଣାଳୀ: ମାଣ୍ଡିଆ,ସୁଜି,ଚିନିକୁ ପକାଇ ମିଶାନ୍ତୁ । ଏବେ ଏଥିରେ ପାଣି ଦେଇ ଗୋଳାନ୍ତୁ । ଏବେ ସେଥିରେ ଗୁଜୁରାତି ୩ଟି ଗୁଣ୍ଡ କରି ପକାଇ ଦିଅନ୍ତୁ । ଏବେ ଏଥିରେ ଟିକେ ଲୁଣ ପକାଇ ମିଶାନ୍ତୁ ।
ଗ୍ୟାସରେ ଗୋଟେ ପ୍ୟାନ ବସାନ୍ତୁ । ଏବେ ଏଥିରେ ଦୁଇ ଚାମଚ ତେଲ ପକାଇବେ । ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆକୁ ଛୋଟ ଛୋଟ ପିଠା ଭଳି ପ୍ୟାନରେ ପକାଇବେ । ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆକୁ ଗୋଟେ ପ୍ଲେଟ ଉପରେ କାଢିଦିଅନ୍ତୁ । ଏହା ଉପରେ ରାବିଡିକୁ ଢାଳି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ରସାବଳି ।

Related posts

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ବାଦାମ ଫାଲୁଦା

mahabharatanews

ମୋନିକା କପିଲ ମୋହତା ସୁଇଜରଲ୍ୟାଣ୍ଡ ପାଇଁ ଭାରତୀୟ ରାଜଦୂତ ନିଯୁକ୍ତ

mahabharatanews