ଓଡିଶା

ଡେରେଙ୍ଗରେ ୪ ନୂତନ ମନ୍ଦିର ପ୍ରତିଷ୍ଠା

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ଡେରେଙ୍ଗ ଗାଁ ମଝିସାହି ଧବଳେଶ୍ୱର ଶୈବ ମନ୍ଦିର ପରିସରରେ ନବନିର୍ମିତ ଚାରୋଟି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ତାରିଣୀ ଓ ଶନି ଆଦି ୪ଟି ନବନିର୍ମିତ ମନ୍ଦିର ଗୁଡିକର କାରୁକାର୍ଯ୍ୟ ଗତ ସପ୍ତାହରେ ସମାପମ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଡେରେଙ୍ଗ ମଝି ସାହି କମିଟିର ସଭାପତି ଇନ୍ଦ୍ରମଣି ସାହୁ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୧ ମହିଳା ଓ ପୁରୁଷ ବ୍ରତଧାରୀ ସାମିଲ ଥିଲେ । ଗାଁ ଚନ୍ଦନ ଯାତ୍ରା ପଡିଆ ନିକଟସ୍ଥ ନୁଆଁ ବନ୍ଧରୁ କଳସିରେ ଜଳ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ଶଙ୍ଖ, ମହୁରୀ, ବାଜାବାଜଣା, ଶିଙ୍ଘ ବାଦ୍ୟ, ନାମସଙ୍କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ଶୋଭାଯାତ୍ରା ନବନିର୍ମିତ ଶନି, ତାରିଣୀ,ରାମ ଓ ରାଧାକୃଷ୍ଣ ମନ୍ଦିର ଅଭିମୁଖେ ଆସି ମନ୍ଦିର ଚତୃପାଶ୍ୱର୍ରେ ଘଟ ସ୍ଥାପନ କରିଥିଲେ । ଆୟୋକଙ୍କ ପକ୍ଷରୁ ୧୦ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Related posts

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

mahabharatanews

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ଆସନ୍ତାକାଲିଠୁ ଘ‌ରୋଇ ବସ୍ ଚଳାଚଳ ବନ୍ଦ

mahabharatanews