ଓଡିଶା

ଡେରେଙ୍ଗରେ ୪ ନୂତନ ମନ୍ଦିର ପ୍ରତିଷ୍ଠା

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ଡେରେଙ୍ଗ ଗାଁ ମଝିସାହି ଧବଳେଶ୍ୱର ଶୈବ ମନ୍ଦିର ପରିସରରେ ନବନିର୍ମିତ ଚାରୋଟି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ତାରିଣୀ ଓ ଶନି ଆଦି ୪ଟି ନବନିର୍ମିତ ମନ୍ଦିର ଗୁଡିକର କାରୁକାର୍ଯ୍ୟ ଗତ ସପ୍ତାହରେ ସମାପମ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଡେରେଙ୍ଗ ମଝି ସାହି କମିଟିର ସଭାପତି ଇନ୍ଦ୍ରମଣି ସାହୁ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୧ ମହିଳା ଓ ପୁରୁଷ ବ୍ରତଧାରୀ ସାମିଲ ଥିଲେ । ଗାଁ ଚନ୍ଦନ ଯାତ୍ରା ପଡିଆ ନିକଟସ୍ଥ ନୁଆଁ ବନ୍ଧରୁ କଳସିରେ ଜଳ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ଶଙ୍ଖ, ମହୁରୀ, ବାଜାବାଜଣା, ଶିଙ୍ଘ ବାଦ୍ୟ, ନାମସଙ୍କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ଶୋଭାଯାତ୍ରା ନବନିର୍ମିତ ଶନି, ତାରିଣୀ,ରାମ ଓ ରାଧାକୃଷ୍ଣ ମନ୍ଦିର ଅଭିମୁଖେ ଆସି ମନ୍ଦିର ଚତୃପାଶ୍ୱର୍ରେ ଘଟ ସ୍ଥାପନ କରିଥିଲେ । ଆୟୋକଙ୍କ ପକ୍ଷରୁ ୧୦ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Related posts

ଜାତୀୟ ପୁରସ୍କାର ପାଇବେ ଓଡିଶାରୁ ଦୁଇ ଶିକ୍ଷକ

mahabharatanews

ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

mahabharatanews

ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews