Uncategorized

ବ୍ରିଟେନରେ ଭାରତୀୟ ମହିଳାଙ୍କୁ ଆକ୍ରମଣ

ଲଣ୍ଡନ: ବ୍ରିଟେନରେ ଜଣେ ମୂଳ ଭାରତୀୟ ମହିଳା ଓକିଲାଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ମହିଳା ଓକିଲ ବେହୋସ ହୋଇଯାଇଥିବା ପିଟିଆଇ ରିପୋର୍ଟରୁ ସୂଚନା ଦିଆଯ।ଇଛି । ଇଂଲଣ୍ଡରେ ମୀରା ସୋଲଙ୍କି ନାମକ ଜଣେ ଭାରତୀୟ ମହିଳା (୨୯) ତାଙ୍କ ବାନ୍ଧବୀ ଚୀନର ମେଣ୍ଡିଙ୍କ ଜନ୍ମ ଦିନ ପାଳନ କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା ।

ମେଣ୍ଡିଙ୍କ ଜନ୍ମଦିନ ପାଳ କରିବାକୁ ସେଠାରେ ଥିବା ଏକ ବାରରେ ଉଭୟ ଜନ୍ମଦିନ ପାଳନ କରୁଥିଲେ । ସେହି ସମୟରେ କିଛି ଯୁବକ ସେଠାରେ ପହଞ୍ଚିଥିଲେ ଓ ମେଣ୍ଡିଙ୍କୁ କୋରୋନା ଭୂତାଣୁ କହିବା ସହ ତାଙ୍କୁ ନେଇ ଘରକୁ ଯିବାକୁ କହିଥିଲେ । ଏହାକୁ ମୀରା ବିରୋଧ କରିଥିଲେ । ଫଳରେ ଯୁବକମାନେ ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ମୀରାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମୀରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସମ୍ପର୍କରେ ମିଡଲ୍ୟାଣ୍ଡ ପୁଲିସ ପ୍ରବକ୍ତା କହିଛନ୍ତି, ଫେଡ୍ରିକ ଷ୍ଟିଟରେ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣା ୯ ଫେବୃଆରୀ ରାତି ୨ଟାର । ଏହା ଉପରେ ପୁଲିସ ତଦନ୍ତ କରୁଛି ।

Related posts

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟା

mahabharatanews

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews

ଗୌରୀ ଲଙ୍କେଶ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଋଷିକେଶ ଗିରଫ

mahabharatanews