ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ଏହି ହିଂସାରେ ଅଦ୍ୟାବଧି ପ୍ରାୟ 28 ଜଣଙ୍କ ମୃତ୍ୟୁ ହୋଇଛି । ଏହାର ସ୍ଥିତି ପରକ୍ଷୀବାକୁ ତଥା ସ୍ଥିତିରେ ସୁଧାର ଆଣିବାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଦାୟିତ୍ୱ ଦିଆଯ।ଇଛି । ଏହାକୁ ନେଇ ଡୋଭାଲ ପୁଣି ଥରେ ଉତ୍ତର ପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଡିସିପି ଅଫିସରେ ପହଞ୍ଚି ସ୍ଥିତିର ଅନୁଶୀଳନ କରିଛନ୍ତି । ଆଜି ଡୋଭାଲ ସିଲମପୁଳ ଅଞ୍ଚଳରେ ଡିସିପି ଅଫିସ ଯାଇ ହିଂସ।।ଗ୍ରସ୍ତ ଅଞ୍ଚଳର ଗସ୍ତ କରିଛନ୍ତି । ଆଜି ଡୋଭାଲ ମୌଜପୁର ଓ ଜାଫରାବାଦର ଗସ୍ତ କରିଥିଲେ । ଏହା ପୂର୍ବରୁ ମଧ୍ୟ ଜାଫରାବାଦ, ସିଲମପୁର ସମେତ ଉତ୍ତର ପୂର୍ବ ଦିଲ୍ଲୀର ବହୁ ଅଞ୍ଚଳ ଗସ୍ତ କରିସାରିଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଡୋଭାଲ କହିଛନ୍ତି, ପୁଲିସ ତତ୍ପରତା ସହ କାମ କରୁଛି । ସ୍ଥିତି ସମ୍ପୂର୍ଣ୍ଣରୂପେ ନିୟନ୍ତ୍ରଣରେ ରହିଛି । ଲୋକମାନେ ସନ୍ତୁଷ୍ଟ ଅଛନ୍ତି । ସେ ଆହୁରି କହିଛନ୍ତି, ଆଇନ ପ୍ରବର୍ତ୍ତନ ଏଜେନ୍ସି ଉପରେ ଭରସା ରହିଛି । ପୁଲିସ ତାର କାମ କରୁଛି । ଡୋଭାଲ କହିଛନ୍ତି, ଦେଶର ରାଜଧାନୀରେ ଅରାଜକତାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତେଣୁ ପର୍ଯ୍ୟାପ୍ତ ମ।।ତ୍ରାରେ ପୁଲିସ ବଳ ଓ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି । ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପୁଲିସକୁ ସ୍ୱାଧୀନତା ଦିଆଯାଇଛି ।
ଆଜି ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାବିନେଟକୁ ସ୍ଥିତିର ରିପୋର୍ଟ ଦେବେ ।
previous post
next post
